Advertisement

ଡ୍ରେନ୍‌ ବ୍ୟବସ୍ଥା ନାହିଁ : ସାମାନ୍ୟ ବର୍ଷାରେ ରାସ୍ତାରେ ଭାସୁଛି ଆବର୍ଜନା

ଦେବଗଡ଼,୨୯।୮(ଡି.ଏନ୍‌.ଏ.): ୧୧ଟି ଓ୍ବାର୍ଡକୁ ନେଇ ଗଠିତ ଦେବଗଡ଼ ଏକ ଛୋଟ ସହର। ଏହି ପୌରପରିଷଦରେ ସଠିକ୍‌ ଡ୍ରେନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଅଳିଆ ଆବର୍ଜନା ଭାସୁଛି। ଫଳରେ ଲୋକେ ଯିବା ଆସିବା କରିବାରେ ଅସୁବିଧା ଭୋଗ କରୁଛନ୍ତି। କିଛିଦିନ ତଳେ ଡ୍ରେନ ଉପରୁ ଉଚ୍ଛେଦ କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ମରାମତି କରାଯାଇନାହିଁ। ସେଥିପାଇଁ ସାମାନ୍ୟ ବର୍ଷା ହେଲେ ଆବର୍ଜନା ରାସ୍ତାରେ ଭାସୁଛି। ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel