Categories: ଜାତୀୟ

ଡ୍ରେନ୍‌ ସଫାକଲେ ଜିଲାପାଳ

ରାମପୁର,୨୪।୮: ଉତ୍ତର ପ୍ରଦେଶ ରାମପୁର ଜିଲାର ଜିଲାପାଳ ଅନଜାନେୟ କୁମାର ସିଂ ଡ୍ରେନ୍‌ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ କହିଛନ୍ତି ଡ୍ରେନ୍‌ ସଫା ରଖିଲେ ହିଁ ଲୋକେ ସୁସ୍ଥ ରହିବେ। ଜିଲାକୁ ରୋଗମୁକ୍ତ ରଖିବାକୁ ଏହି ଅଭିଯାନ ଆରମ୍ଭ ହୋଇଥିବା ଜିଲାପାଳ ପ୍ରକାଶ କରିଛନ୍ତି। ଜନ୍ମାଷ୍ଟମୀ ଅବସରରେ ଏହି କାମ ଆରମ୍ଭ କରାଯାଇଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେଉଁମାନେ ଡ୍ରେନ୍‌ ସଫା କରୁଛନ୍ତି ସେମାନେ ମଧ୍ୟ ଆମ ଭଳି ମଣିଷ। ତେଣୁ ସେମାନେ ଏହି କାମ କରିବା ସମୟରେ ସେମାନଙ୍କୁ କେତେ କଷ୍ଟ ହେଉଥିବ ତାହା ମୁଁ ସହଜରେ ଅନୁମାନ କରିପାରୁଛି ବୋଲି ଜିଲାପାଳ କହିଛନ୍ତି।

Share