ମୁମ୍ବାଇ,୨୨।୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଆଜି କଂଗ୍ରେସ-ଏନସିପି ସହ ଶିବସେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ଏହାପୂର୍ବରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଉଦ୍ଧବଙ୍କ ବାସଭବନ ମାତୋଶ୍ରୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ଆସୁଥିବା ଶିବସେନା ବିଧାୟକଙ୍କୁ ୫ ଦିନ ପିନ୍ଧିବା ପାଇଁ ଡ୍ରେସ୍ ଏବଂ ନିଜ ଆଇଡି କାର୍ଡ ଆଣିବା ପାଇଁ କୁହାଯାଇଛି। ବୈଠକ ପରେ ଉଦ୍ଧବ ସନ୍ଧ୍ୟାରେ କଂଗ୍ରେସ ଏବଂ ଏନସିପି ସହ ବୈଠକ କରିବେ। ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଯଦି ମେଣ୍ଟ ସରକାର ହୁଏ ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି।