ଡ୍ରୋନ୍‌ରୁ ଉତ୍ତୋଳିତ ଶ୍ରୀମନ୍ଦିର ଚିତ୍ର ଭାଇରାଲ୍‌

ପୁରୀ ଅଫିସ, ୨୩ା୧୦: ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଫଟୋ ଉଠାଇବା କିମ୍ବା ଭିଡିଓ ଉତ୍ତୋଳନ କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହାସତ୍ତ୍ବେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେବା ଭଳି ସୋସିଆଲ ମିଡିିଆରେ ପୁଣି ଶ୍ରୀମନ୍ଦିରର ଫଟୋ ଭାଇରାଲ ହୋଇଛି। ଡ୍ରୋନ୍‌ ସାହାଯ୍ୟରେ ବଡ଼ଦେଉଳର ଚିତ୍ର କଏଦ କରାଯାଇଛି। ଏପରି କି ଭିତର ବେଢାର ସମ୍ପୂର୍ଣ୍ଣ ଦୃଶ୍ୟ ସୋସିଆଲ ମଡିଆରେ ଘୁରିବୁଲୁଛି। ଫଳରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନବାଚୀ।
ବର୍ତ୍ତମାନ ସୋସିଆଲ ମିଡିଆରେ ବୁଲୁଥିବା ଫଟୋକୁ ଦେଖିଲେ ଶ୍ରୀମନ୍ଦିରଠାରୁ ସମୁଦ୍ରକୂଳ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡିଛି। ହାଇ ରିଜଲ୍ୟୁଶନ ଡ୍ରୋନ୍‌ କ୍ୟାମେରାରେ କଏଦ ହୋଇଛି ଶ୍ରୀମନ୍ଦିର ଏବଂ ଚତୁଃପାର୍ଶ୍ୱର ଦୃଶ୍ୟ। ସବୁଠୁ ବଡ଼ କଥା ହେଉଛି କିଏ ଏହି ଡ୍ରୋନ୍‌ ଉଡାଇଛି। କିଏ ଦେଇଛି ଅନୁମତି? କାହିଁକି ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛଡାଯାଇଛି? ଏହି ଫଟୋ କୌଣସି ମନ୍ଦ ଉନ୍ଦେଶ୍ୟ ପାଇଁ ବ୍ୟବହାର ହେବନି ତ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share