Categories: ମେଟ୍ରୋ

ଡ୍ରୋନ୍‌ରେ ବିଶୋଧନ ଆରମ୍ଭ କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ବିଏମ୍‌ସି ସହରର ଗଳିକନ୍ଦିରେ ବିଶୋଧନ ପ୍ରକ୍ରିୟା ଜାରି ରିଖିଛି। ଦିନରେ ହ୍ୟାଣ୍ଡ୍‌ ସ୍ପ୍ରେ ଏବଂ ଦମକଳ ବାହିନୀ ଗାଡ଼ି ମାଧ୍ୟମରେ ଜଳରେ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ମିଶ୍ରଣ ସିଞ୍ଚନ ହେଉଥିବାବେଳେ ରାତିରେ ଡ୍ରୋନ୍‌ ସହାୟତାରେ ବିଶୋଧନ କରାଯାଉଛିି। ବିଏମ୍‌ସି ପ୍ରଥମ ଥର ପାଇଁ ଡ୍ରୋନ୍‌ ବ୍ୟବହାର କରିି ଆବଦ୍ଧାଞ୍ଚଳରେ କାର୍ଯ୍ୟ ଚାଲୁ ରଖିଥିବା ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ବଡ଼ଗଡ଼, ୟୁନିଟ୍‌-୪, ଝାରପଡ଼ା, ଜୟଦୁର୍ଗାନଗର ଆଦି ଅଞ୍ଚଳରେ ଡ୍ରୋନ୍‌ ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିିରେ କାର୍ଯ୍ୟ ଚାଲିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରେ ପ୍ରାୟ ୬୦%ରୁ ଊର୍ଦ୍ଧ୍ୱ ଅଞ୍ଚଳରେ ବିଶୋଧନ କାମ ସରିଛି। ସୋମବାରଠାରୁ ଅନେକ କାର୍ଯ୍ୟାଳୟ ଖୋଲା ହେବାକୁ ଯାଉଥିବାବେଳେ ସେଠାରେ ବିଶୋଧନ କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ କରାଯାଉଛି ବୋଲି ବିଏମ୍‌ସି ସୂତ୍ରରୁ ପ୍ରକାଶ ପାଇଛି।

Share