ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା ସୀମା ଟପିଥିବା କୁହାଯାଉଛି। ଲୋକଙ୍କ ସତର୍କ କରିବା ଲାଗି ଡ୍ରୋନ୍ର ସହାୟତା ନିଆଯାଉଛି। ଡ୍ରୋନ୍ ଆକାଶରେ ଉଡ଼ିଉଡ଼ି ଲୋକଙ୍କୁ ମାସ୍କ୍ ବ୍ୟବହାର କରିବା ଲାଗି ପରାମର୍ଶ ଦେବା ସହିତ କିଭଳି କରୋନାଠାରୁ ଦୂରେଇ ରହିହେବ ସେ ନେଇ ସୂଚନା ଦେଉଛି। ଏହା ସହିତ ଡ୍ରୋନ୍ ପ୍ରତିଟି ଲୋକଙ୍କ ଉପରେ ନଜର ରଖୁଛି। କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚାଇନା ପ୍ରଶାସନ ଡ୍ରୋନ୍ ଦ୍ୱାରା ଘୋଷଣା କରିଛନ୍ତି। ଏବେ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।