ସମ୍ବଲପୁର, ୯।୪ (ବ୍ୟୁରୋ)-ଡ୍ରୋନ କ୍ୟାମେରା ଦ୍ୱାରା ସମ୍ବଲପୁର ରେଳ ଷ୍ଟେଶନ ସୁରକ୍ଷା ତଦାରଖ କରାଯାଉଛି । ଲକ୍ ଡାଉନ ସମୟରେ ରେଳବାଇର ଟ୍ରେନ କୋଚ୍, ଯାତ୍ରୀ ସଂରକ୍ଷଣ କେନ୍ଦ୍ରଗୁଡିକ ବ୍ୟବହାର ନ ହୋଇ ବନ୍ଦ ରହିଛି । ଏଥିସହ ସିଗନାଲିଂ ଭିତ୍ତିଭୂମି, ଷ୍ଟେଶନ, ରିଲେ ରୁମ, ଗୁଡ୍ସ ସେଟ, ୱାଗନ୍ ଷ୍ଟକ୍ ପ୍ରଭୃତି ରେଳ ସୁରକ୍ଷା ବଳ ଉପରେ ଦାୟିତ୍ୱ ରହିଛି।