ରାଜଧାନୀରେ ଡ୍ରୋନ ଯୋଗେ ପରୀକ୍ଷାମୂଳକ ଭାବେ ବିଶୋଧନ ଆରମ୍ଭ

ଭୁବନେଶ୍ୱର, ୧୪।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଡ୍ରୋନ୍‌ ଯୋଗେ ବିଶୋଧନ କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଆରମ୍ଭ କରିଛି। ଏ ନେଇ ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ରାତି ସମୟରେ ଡ୍ରୋନ୍‌ ସାହାଯ୍ୟରେ ସିଞ୍ଚନ ଓ ବିଶୋଧନ କାର୍ଯ୍ୟ କରାଯିବ। ଏ ନେଇ ଏକ ଠିକା ସଂସ୍ଥାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ବାଛିଥିବା ଡେପୁଟି କମିଶନର ସାହୁ କହିଛନ୍ତି।

Share