ବ୍ରିଟେନ୍ରେ ରହୁଥିବା ଜଣେ ମଡେଲ ସୁନ୍ଦରୀ , ଡ୍ୟାନ୍ସର ତଥା ଭିକ୍ଟୋରିଆ ସିଙ୍ଗର ମଡେଷ୍ଟା ଆଜି ଚର୍ଚ୍ଚାରେ। ଚର୍ଚ୍ଚା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ଭିକ୍ଟୋରିଆଙ୍କର ପିଲାଦିନରୁ ଇଚ୍ଛା ଥିଲା ସେ ଜଣେ ଭଲ ଡ୍ୟାନ୍ସର ହେବେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ପାଦରେ ଆଘାତ ଲାଗିଥିଲା। ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ଯେତିକି କଷ୍ଟ ଅନୁଭବ କରୁଥିଲେ ୨୦ ବର୍ଷ ହେବା ପରେ ଗୋଡ଼ଟିକୁ କାଟିଦେବାକୁ ସେ ନିଷ୍ପତ୍ତି ନେଇଥିଲେ।ତାଙ୍କୁ ଚାଲିବାରେ ବହୁତ କଷ୍ଟ ହେବା ସହ ଦରଜ ମଧ୍ୟ ହେଉଥିଲା। ଭିକ୍ଟୋରିଆ କୁହନ୍ତି, ତାଙ୍କର ସ୍ବପ୍ନ ଏବେ ପୂରଣ ହୋଇଛି। ଗୋଡ଼ କଟାଯିବା ପରେ ଭିକ୍ଟୋରିଆ ୨୦୧୨ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ପାରାଅଲିମ୍ପିକର ଉଦ୍ଯାପନ ସମାରୋହରେ ସୁନ୍ଦର ଫଳରେ ସେ ଠିକ୍ ଭାବରେ ଡ୍ୟାନ୍ସ କରି ପାରୁ ନ ଥିଲେ। ପାଦ ଠିକ୍ କରିବାକୁ ସର୍ଜରୀ କରାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ନ ଥିଲା।
ଭିକ୍ଟୋରିଆ ତାଙ୍କ ଗୋଡ଼ କାଟି ଦେବା ପାଇଁ ଡାକ୍ତରଙ୍କୁ ୫ ମାସ ଧରି ଅନୁରୋଧ କରିବା ପରେ ଶେଷରେ ତାଙ୍କର ଗୋଡ଼ କଟା ଯାଇଥିଲା। ପିଲାଦିନରୁ ଗୋଡ଼ ପାଇଁ ଡ୍ୟାନ୍ସ କରିବାରେ ଯେଉଁସବୁ ଅସୁବିଧା ସୃଷ୍ଟି ହେଉଥିଲା କଟାଯିବା ପରେ ସେ ଭଲ ଭାବେ ଡ୍ୟାନ୍ସ କରି ପାରୁଛନ୍ତି। ନୃତ୍ୟ ପ୍ରଦର୍ଶନ କରିଥିଲେ। ଯେଉଁଥିପାଇଁ ସାରା ବିଶ୍ୱରେ ସେ ଆଜି ପରିଚିତ।