Categories: ବାଣିଜ୍ୟ

ଡ୍ୟୁକ ପକ୍ଷରୁ ନୂଆ ଜ୍ୟାକେଟ ସମ୍ଭାର

ଭୁବନେଶ୍ୱର,୧୫-୧୧: ଡ୍ୟୁକ୍‌ ଫ୍ୟାଶନ୍ସ ଲିମିଟେଡ ପକ୍ଷରୁ ନୂଆ ଜ୍ୟାକେଟ ଏବଂ ସ୍ବେଟର ସମ୍ଭାର ବଜାର ପ୍ରବେଶ କରାଯାଇଛି। ଏଥିରେ ଗ୍ରାହକମାନେ ଷ୍ଟାଇଲ, ଡିଜାଇନ, କଲର, ଫ୍ୟାବ୍ରିକ ଏବଂ ଟ୍ରେଣ୍ଡ ଭଳି ବୈଶିଷ୍ଟ୍ୟ ଲାଭ କରିପାରିବେ। ୟୁରୋପର ବିଭିନ୍ନ ସହରରୁ ଅନୁପ୍ରାଣୀତ ହୋଇ ଡିଜାଇନଗୁଡିକୁ ପ୍ରସ୍ତୁତ କରାଯାଇଛି। କମ୍ପାନୀର ବିଭିନ୍ନ ମଧ୍ୟରେ ରହିଛି ଉଲେନ ଟପ୍ସ, ବମ୍ବର୍ସ, ଲଙ୍ଗ କୋଟ, ସ୍କି ଜ୍ୟାକେଟ, ଟ୍ବିଡ କୋଟ, ରେଗୁଲାର ଜ୍ୟାକେଟ, ସ୍ପୋର୍ଟ ଜ୍ୟାକେଟ, ଚେଷ୍ଟର୍ସ,ହୁଡ ଜ୍ୟାକେଟ, ଓ୍ବାସ୍‌ଡ ଜ୍ୟାକେଟ ସହ ବିଭିନ୍ନ ଡିଜାଇନ ସ୍ବିଟର ମଧ୍ୟ ରହିଛି। ଫ୍ୟାଶନ ପ୍ରେମୀଙ୍କୁ ଧ୍ୟାନରେ ରଖି ବିଭିନ୍ନ ପ୍ରଡକ୍ଟ ବଜାରକୁ ଆସିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ପୁରୁଷ, ମହିଳା ଏବଂ ଶିଶୁ ବର୍ଗରେ ଏହି ପ୍ରଡକ୍ଟଗୁଡିକ ଉପଲବ୍ଧ। ୯୯୯ ଟଙ୍କାରୁ ୪,୯୯୯ ଟଙ୍କା ମଧ୍ୟରେ ଏହା ପ୍ରଡକ୍ଟଗୁଡିକ ମିଳିବ। ଷ୍ଟାଇଲ ଏବଂ ଗୁଣବତ୍ତା ଆଧାରରେ ବିଭିନ୍ନ ପ୍ରଡକ୍ଟ ବଜାରକୁ ଆସିଥିବା ଡ୍ୟୁକ୍‌ ଫ୍ୟାଶନ୍ସ ଲିମିଟେଡର ନିର୍ଦ୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି।

Share