ବେଙ୍ଗାଲୁରୁ, ୭-୨:କର୍ନାଟକର ବେଙ୍ଗାଲୁରୁସ୍ଥିତ ବିନାୟକନଗରଠାରେ ଥିବା ଏକ ୪ ମହଲା ବିଲ୍ଡିଂ ବୁଧବାର ହଠାତ୍ ଢ଼ଳିଯିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘରୁ ସମସ୍ତେ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ। ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହି ବିଲ୍ଡିଂକୁ ଭାଙ୍ଗିଦେବା ଲାଗି ଅଧିକାରୀମାନେ ସ୍ଥିର କରିଛନ୍ତି। ପ୍ରାୟ ୩୦ ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମାତ୍ର ୫ ବର୍ଷ ତଳେ ଏହି ବିଲ୍ଡିଂଟି ନିର୍ମାଣ କରାଯାଇଥିବାବେଳେ ନିର୍ମାଣ କାର୍ଯ୍ୟ ଠିକ୍ ନ ଥିବା କୁହାଯାଉଛି। ବିଲ୍ଡିଂର ମାଲିକ ଚେଙ୍ଗାଲରାୟା ବାବୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପ୍ଲଟ୍ରେ କାମ କରିବା ପୂର୍ବରୁ କୌଣସି ପ୍ଲାନ୍ ଆପ୍ରୁଭ୍ ସେ କରି ନ ଥିଲେ ବୋଲି ଜଣାପଡ଼ିଛି।