ଢାକା କାଫେରେ ଆତଙ୍କବାଦୀ ଆକ୍ରମଣ ମାମଲା: ୭ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଢାକା,୨୭।୧୧:  ବାଂଲାଦେଶ ରାଜଧାନୀ ଢାକା କାଫେରେ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ସ୍ଥାନୀୟ କୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ଆକ୍ରମଣରେ ସଂମ୍ପୃକ୍ତ ଥିବା ୭ଜଣ ଆତଙ୍କବାଦୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ସୂଚନାଯୋଗ୍ୟ,୨୦୧୬ ଜୁଲାଇରେ ସହରର ଏକ କାଫେରେ ଲୋକମାନେ ରାତ୍ରଭୋଜନ କରୁଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୦ଜଣଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ୧୨ ଘଣ୍ଟା ଧରି ଆତଙ୍କବାଦୀମାନେ କାଫେରେ ଥିବା ଲୋକଙ୍କୁ ବନ୍ଧକ ରଖିଥିଲେ। ଏହାପରେ ଜଣ ଜଣ କରି ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ୯ଜଣ ଇଟାଲୀର ନାଗରିକ, ୭ ଜାପାନର, ଜଣେ ଆମେରିକାର ଓ ଜଣେ ଭାରତୀୟ ଯୁବତୀ ସାମିଲ ଥିଲେ।

Share