Advertisement

ଢାବା ଉପରେ ବୋମାମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ବୁଧବାର ରାତିରେ ବୋମାମାଡ଼ ହୋଇଛି। ଏଥିରେ ଢାବାମାଲିକଙ୍କର ବୁଲେଟ୍‌ ଏବଂ କାର୍‌ଟି ନଷ୍ଟ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ୭/୮ ଜଣ ଦୁର୍ବୃତ୍ତ ଏକ କାରରେ ଆସି ଢାବା ନିକଟରେ ଅଟକି ଖାଇବାକୁ ମାଗିଥିଲେ। ଢାବାର ଜଣେ କର୍ମଚାରୀ ଖାଇବା ସରି ଯାଇଥିବା କହିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ରୋଷେୟା ଏବଂ ଅନ୍ୟ କିଛି କର୍ମଚାରୀ ପ୍ରାଣ ବିକଳରେ ଢାବା ଛାଡ଼ି ଦୌଡ଼ି ପଳାଇଥିଲେ। ଦୁର୍ବୃତ୍ତମାନେ କ୍ୟାସ ବାକ୍ସରୁ ନଗଦ ୮ ହଜାର ଟଙ୍କା ନେଇ ଯାଇଥିବାବେଳେ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଯିବା ସମୟରେ ଢାବା ନିକଟରେ ୨ଟି ବୋମାମାଡ଼ କରିଥିଲେ। ଖବର ପାଇ ଶରଣକୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel