ଢେଙ୍କାନାଳରୁ ସୁଧୀର ବିଜୟୀ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦ହଜାର ୭୫୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ପୋଷ୍ଟାଲ ବାଲଟ୍‌କୁ ମିଶାଇ ସୁଧୀର ୮୮ହଜାର ୯୧ ଖଣ୍ଡ ଭୋଟ ପାଇଛନ୍ତି। ୬୭,୩୩୯ ଖଣ୍ଡ ଭୋଟ ପାଇଥିବା କୃଷ୍ଣଚନ୍ଦ୍ରଙ୍କୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଠାରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ କରିଛି। ଦଳୀୟ ପ୍ରାର୍ଥୀ ନବୀନ ନନ୍ଦ ୨୪,୪୮୩ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ବିଧାନସଭା ନିର୍ବାଚନ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେମାନଙ୍କ ମଧ୍ୟରେ ବିଏସ୍‌ପିର ଗଣେଶ୍ୱର ପ୍ରଧାନ ୨୭୬୬, ସମତାକ୍ରାନ୍ତି ଦଳର ଅକ୍ଷୟ ରାଉତ ୭୨୨, ଏଏପିର ଆଶିଷ ମିଶ୍ର ୪୫୬, ଏଆଇଏଫ୍‌ବିର ପତିତପାବନ ମିଶ୍ର ୫୨୫, ଏଚ୍‌ଏନ୍‌ଡିର ବିକାଶ ନାୟକ ୪୫୦, ଏସ୍‌ୟୁସିଆଇର ଭଜମନ ରାଉତ ୩୯୨, ସ୍ବାଧୀନ ପ୍ରାର୍ଥୀ ଗୁଡିଆ ଶର୍ମା ୪୧୯ ଏବଂ ମେଘନାଦ ନନ୍ଦ ୪୮୬ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୧୨୪୩ ଖଣ୍ଡ ଭୋଟ ପଡ଼ିଛି। ୨୮ ରାଉଣ୍ଡ ସୁଦ୍ଧା ମୋଟ ୧,୮୬,୩୫୩ ଖଣ୍ଡ ଭୋଟ ଗଣତି ହୋଇଥିଲା। ବିଜେଡି ପ୍ରାର୍ଥୀଙ୍କ ବିଜୟ ପରେ ଗଣତି କେନ୍ଦ୍ର ବାହାରେ ଦଳୀୟ ସମର୍ଥକମାନେ ବିଜୟ ଉତ୍ସବ ପାଳନ କରିଥିଲେ।
ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଏସ୍‌ପି ଅନୁପମା ଜେମ୍‌ସ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ।