ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଜିଲାରେ ୫୨ ଜଣଙ୍କ ସ୍ବାବ୍ ଟେଷ୍ଟ୍ ହୋଇଥିଲା। ୫୧ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଗୋଟିଏ ପଜିଟିଭ୍ ଆସିଥିଲା। ଚିହ୍ନଟ ଯୁବକଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ପୂର୍ବରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଣେ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି।