ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ହୋଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୭ ଏବଂ ହିନ୍ଦୋଳ ବ୍ଲକ ଅଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୩ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ମହାରାଷ୍ଟ୍ର, ତେଲେଙ୍ଗାନା, ହାଇଦ୍ରାବାଦ ଓ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି। ସଂକ୍ରମିତଙ୍କୁ ତାଳଚେର କୋଭିଡ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଢେଙ୍କାନାଳ