ଢେଙ୍କାନାଳରେ ଭାଜପାର ବିଜୟ ସଂକଳ୍ପ ଶୋଭାଯାତ୍ରା: ବିଜେଡି, କଂଗ୍ରେସକୁ ଟାର୍ଗେଟ କଲେ ଅମିତ ଶାହ

ଢେଙ୍କାନାଳ ଅଫିସ, ୧୭।୪-ଢେଙ୍କାନାଳ ଜିଲା ମହିଷାପାଟ ପଡ଼ିଆରେ ବୁଧବାର ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେଇ ବିଜେଡି ଏବଂ କଂଗ୍ରେସ ସରକାର ଉପରେ ପ୍ରବଳ ବର୍ଷିଥିଲେ। ଚିଟ୍‌ଫଣ୍ଡ ଘୋଟାଲା, ଖଣି ଦୁର୍ନୀତି, ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ନ କରିବା ଆଦି ବିଷୟରେ ସେ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି କଂଗ୍ରେସ ସରକାର ଲାଗି ଦେଶର ବିକାଶ ଧୀମେଇଯାଇଥିବା ସେ କହିଥିଲେ। ଏଥିସହ ଭାଜପା ପ୍ରାର୍ଥୀଙ୍କୁ ଜିତାଇ ଦେଶର ବିକାଶ ଇଞ୍ଜିନକୁ ମଜଭୁତ୍‌ କରିବାକୁ ସେ ଆହ୍ବାନ ଦେଇଥିଲେ। ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ସମେତ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।