Categories: ରାଜ୍ୟ

ଢେଙ୍କାନାଳରେ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ସହାୟତା, ମିଲ୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ି ପଡ଼ିବାରୁ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ୨ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଖବର ପାଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଘଟଣାସ୍ଥଳରେ ପହଞ୍ଚିବା ସହ ଡାକ୍ତରଖାନାରେ ମଧ୍ୟ ଆହତଙ୍କୁ ଭେଟିଛନ୍ତି। ସେଠାରେ ସେ ମୃତକଙ୍କ ପରିବାରକୁ ରେଡ୍‌ କ୍ରସ୍‌ ପାଣ୍ଠିରୁ ପ୍ରଥମେ ୨୫ ହଜାର ଟଙ୍କା ସହାୟତା ଦିଆଯିବ ବୋଲି କହିଛନ୍ତି। ଅପରପକ୍ଷେ ଚିକିତ୍ସାଧୀନ ଥିବା ଗୁରୁତର ଆହତମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ରାଇସ୍‌ ମିଲ୍‌ ମାଲିକଙ୍କୁ ନୋଟିସ୍‌ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କଲ୍ୟାଣ କହିଛନ୍ତି।

Share