ଢେଙ୍କାନାଳରେ ସ୍ନାନପୂର୍ଣ୍ଣିମା

ଢେଙ୍କାନାଳ ଅଫିସ,୫ା୬: ଢେଙ୍କାନାଳର ଶ୍ରୀ ବଳରାମ ମନ୍ଦିରରେ ଶୁକ୍ରବାର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀ ବଳରାମ, ଜଗନ୍ନାଥ ଏବଂ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇ ସ୍ନାନମଣ୍ଡପରେ ବିଜେ କରିଛନ୍ତି। ଶ୍ରୀଜିଉମାନଙ୍କ ଚନ୍ଦନ ବେଶ ଆରମ୍ଭ ହୋଇଛି।