ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ କନ୍ୟା ଜନ୍ମ

ଢେଙ୍କାନାଳ ଅଫିସ,୧।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଯୋଡା ଶିଶୁ କନ୍ୟା ଜନ୍ମ ହୋଇଛନ୍ତି। ପରଜଙ୍ଗ ଅଞ୍ଚଳର ଜଣେ ମହିଳା ଏହି ଯୋଡା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡିହୋଇ ରହିଛି। ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ଶିଶୁ ଭବନ ପଠାଯାଇଛି।
ପ୍ରକାଶ ଯେ, ପୂର୍ବରୁ ଯୋଡା ମୁଣ୍ଡ ଶିଶୁ ଜଗା,ବଳିଆ ଚର୍ଚ୍ଚାରେ ରହିଥିଲେ। ଦିଲ୍ଲୀ ଏମ୍‌ସରେ ଉଭୟଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି।