ଢେଙ୍କାନାଳ ବିଧାନସଭା: ସୁଧୀର ୪୮୨୦ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଛି। ତୃତୀୟ ରାଉଣ୍ଡ ସୁଦ୍ଧା ଭୋଟ ୨୨,୮୩୬ ଖଣ୍ଡ ଭୋଟ ଗଣତି ସରିଛି। ବିଜେଡିର ସୁଧୀର ସାମଲ ୧୧,୫୦୨ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୬୬୮୨ ଏବଂ କଂଗ୍ରେସର ନବୀନ ନନ୍ଦ ୩୯୬୨ ଖଣ୍ଡ ଭୋଟ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ସୁଧୀର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୪୮୨୦ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।