ଢେଙ୍କାନାଳ ବିଧାନସଭା: ସୁଧୀର ସାମଲ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟଗଣତି ପ୍ରକ୍ରିୟା ଜାରିରହିଛି। ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡିର ସୁଧୀର କୁମାର ସାମଲ ୭୧୦୬ ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୪୩୬୦ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସର ନବୀନ ନନ୍ଦ ୨୧୬୬ ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ସୁଧୀର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କ ଠାରୁ ୨୭୪୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।