ଢେଙ୍କାନାଳ ଲୋକ ସଭା ଆସନ ୫ମ ରାଉଣ୍ଡ ସୁଦ୍ଧା ମହେଶ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୫ୟ ରାଉଣ୍ଡ ଭୋଟଗଣତି ଶେଷ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ୨ଲକ୍ଷ ୫୧ହଜାର ୩୨୦ ଖଣ୍ଡ ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୧ଲକ୍ଷ ୧୪ ହଜାର ୭୯୭ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର ରୁଦ୍ରନାରାୟଣ ପାଣି ୧ ଲକ୍ଷ ୮ ହଜାର ୧୨୬ ଖଣ୍ଡ ଭୋଟ ସହ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓ ୧୭, ୭୯୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ମହେଶ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରନାରାୟଣଙ୍କଠାରୁ ୬୬୭୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।