ଢେଙ୍କାରେ ପହଞ୍ଚିଲେ ୭ ପ୍ରବାସୀ ଓଡ଼ିଆ

ହାଟଡିହୀ,୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ୭ ପ୍ରବାସୀ ଓଡ଼ିଆ ସୋମବାର ବିଳମ୍ବିତ ରାତିରେ ପହଞ୍ଚିଛନ୍ତ। ଏମାନେ ସୁରଟରୁ ନିଜ ଖର୍ଚ୍ଚରେ ବାଲେଶ୍ୱର ଆସୁଥିବା ବସ୍‌ରେ ଆସି ସୋରରେ ପହଞ୍ଚିଥିଲେ। ପଞ୍ଚାୟତ ସରପଞ୍ଚ ନିମାଇ ସାମଲ, ପିଇଓ ନରହରି ନାୟକ, ଜିଆର୍‌ଏସ ପ୍ରଫୁଲ୍ଲ ମାଝି ପ୍ରମୁଖ ସୋରକୁ ଯାଇ ଏକ ଗାଡ଼ିରେ ସେମାନଙ୍କୁ ହାଟଡିହୀ ଆଣିଥିଲେ। ପରେ ସମସ୍ତଙ୍କୁ ପଞ୍ଚାୟତ ତରଫରୁ ହାଇସ୍କୁଲ ଠାରେ ଖୋଲାଯାଇଥିବା କାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି। ପଞ୍ଚାୟତ ତରଫରୁ ସମସ୍ତଙ୍କୁ ଖାଇବାକୁ ଦିଆଯିବା ସହ ସରକାରୀ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସେମାନେ କହିଛନ୍ତି।

Share