ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହୁଅନ୍ତୁ ନାହିଁ ’ଏଭଳି ସଚେତନତାର ବାର୍ତ୍ତା ପ୍ରଚାର ଲାଗି ବିହାର ପାଟଣା ଦାନପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଅରବିନ୍ଦ କୁମାର ମିଶ୍ର ଏକ ୩ ଚକିଆ ରିକ୍ସାରେ ଦେଶ ଭ୍ରମଣ କରୁଛନ୍ତି। ତା୧୯ା୨ା୨୦୧୮ରିଖରେ ସେ ଶ୍ରୀକ୍ଷେତ୍ର ଧାମ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମୁଖରୁ ଏହି ବାର୍ତ୍ତା ପ୍ରଚାର ଆରମ୍ଭ କରି ଏହାମଧ୍ୟରେ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି। ୨୦ ନଂ. ଜାତୀୟ ରାଜପଥ ଦେଇ ଆସିବା ବାଟରେ ଅରବିନ୍ଦ ଘଟଗାଁ ବ୍ଲକ ମା’ ତାରିଣୀ ପୀଠ ଦେଇ ଶୁକ୍ରବାର ସନ୍ଧ୍ୟାରେ ଢେଙ୍କିକୋଟଠାରେ ପହଞ୍ଚିଥିଲେ। ତାଙ୍କୁ ଏଠାରେ ସରପଞ୍ଚ ଗୌରୀ ବାରିକ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅରବିନ୍ଦ ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରିଯାପନ କରି ଶନତବାର ସାପ୍ତାହିକ ହାଟରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବେ। ଘଟଗାଁ କୋଦଣ୍ଡଧର ସେବା ଫାଉଣ୍ଡେସନର ସଭାପତି ରବୀନ୍ଦ୍ର କୁମାର ଦେହୁରୀ ଏବଂ ଢେଙ୍କିକୋଟର ସାମାଜିକ ବ୍ୟକ୍ତି ଅମରସିଂ ତାଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ଲାଗି ଏକ କମଳ ଦେବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି।