Categories: ଜାତୀୟ

ଢୋକଲା, ସମୋସା, ମସଲା ଚା’ର ମଜା ନେବେ ଟ୍ରମ୍ପ

ନୂଆଦିଲ୍ଲୀ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ, ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା, ଜ୍ୱାଇଁ ଜେରେଡ ଓ କେତେଜଣ ଉଚ୍ଚ ସ୍ତରୀୟ ପ୍ରତିନିଧିଙ୍କ ସହ ସୋମବାର ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ ଭାବେ ଟ୍ରମ୍ପଙ୍କ ସୁରକ୍ଷା ଓ ଖାଦ୍ୟ ପାନୀୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଟ୍ରମ୍ପ ଟମାଟୋ ସସ୍‌ ସହ ବିଫ୍‌ ଖାଇବାକୁ ବହୁତ ପସନ୍ଦ କରନ୍ତି। ହେଲେ ଭାରତରେ ତାଙ୍କର ୩୬ ଘଣ୍ଟାର ରହଣୀ ଭିତରେ ମେନୁରୁ ବିଫ୍‌କୁ ବାଦ୍‌ ଦିଆଯାଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ମଳିଥିବା ସୂଚନା ଅନୁଯାୟୀ, ତାଙ୍କ ଖାଦ୍ୟରେ ଅଧିକ ମାତ୍ରାରେ ଶାହାକାରୀ ଖାଦ୍ୟ ରଖାଯାଇଛି ଯାହା ଗୁଜରାଟି ଷ୍ଟାଇଲରେ ତିଆରି କରାଯିବ। ଅହମଦାବାଦରୁ ଗୁଜରାଟ ଯିବା ସମୟରେ ସେ ସାବରମତି ଆଶ୍ରମରେ ଅଟକିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଫର୍ଚ୍ୟୁନ ଲ୍ୟାଣ୍ଡମାର୍କ ହୋଟେଲର ଶେଫ୍‌ ସୁରେଶ ଖାନ୍ନାଙ୍କୁ ଟ୍ରମ୍ପଙ୍କ ଖାଦ୍ୟ ପ୍ରସ୍ତୁତିର ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସେ ସିଗନେଚର କୁକିଜ, ଗୁଜରାଟର ସ୍ପେଶାଲ ଖମଣ ଢୋକଲା, ବ୍ରୋକଲି-କର୍ଣ୍ଣ ସମୋସା ତିଆରି କରିଛନ୍ତି। ଟ୍ରମ୍ପଙ୍କୁ ଖମଣ ଢୋକଲା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ପେଲାଲ ଅଦା ଓ ମସଲା ଚା’ ପସନ୍ଦ ଥିବାରୁ ଏହାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ବ୍ୟତୀତ ଆଇସ୍‌ ଟି ଓ ଗ୍ରୀନ ଟିର ବ୍ୟବସ୍ଥା ମଧ୍ୟ କରାଯାଇଛି।

Share