ଢୋଲ ବଜାଇ ଦୁର୍ଗାପୂଜା ପାଳନ କଲେ ନୁଶରତ

ଅଭିନେତ୍ରୀ ତଥା ଏମ୍‌ପି ନୁଶରତ୍‌ ଜହାଁ ଢୋଲ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ ପୂଜା ପେଣ୍ଡାଲରେ ପହଞ୍ଚିଥିଲେ। ପାରମ୍ପରିକ ବଙ୍ଗାଳୀ ଶାଢି ଏବଂ ସିନ୍ଦୁର ପିନ୍ଧି ନୁଶରତଙ୍କୁ ଢୋଲ ବଜାଉଥିବାର ଦେଖାଯାଇଥିଲା। ତାଙ୍କୁ ଦେଖିବାକୁ ପେଣ୍ଡାଲରେ ପ୍ରବଳ ଭିଡ ଜମିଥିଲା।

ନୁଶରତ ମୁସଲମାନ ସମ୍ପଦାୟର ହୋଇଥିଲେ ମଧ୍ୟ ସେ ଚଳିତବର୍ଷ ହିନ୍ଦୁ ଘରେ ବିବାହ କରିଛନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ତାଙ୍କୁ ଦେଖାଯାଏ। ଏନେଇ ବିଭିନ୍ନ ମୁସଲମାନ ସଂଗଠନ ପକ୍ଷରୁ ତାଙ୍କ ବିରୋଧରେ ଫତଓ୍ବା ଜାରି ମଧ୍ୟ କରାଯାଇଥିଲା। ଗତ ଲୋକ ସଭା ନିର୍ବାଚନରେ ନୁଶରତ ବସିରହାଟ ଆସନରୁ ବିଜୟୀ ହୋଇଥିଲେ।

Share