ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ସହ ଅମିତାଭ ଖୁବ୍‌ ମଜାଳିଆ ଢଙ୍ଗରେ କଥାବାର୍ତ୍ତା ହୁଅନ୍ତି ବିଗ୍‌ ବି। ବେଳେବେଳେ ନିଜ ଜୀବନର କିଛି ଅଭୁଲା ସ୍ମୃତି ସବୁ ପ୍ରତିଯୋଗୀଙ୍କ ସହ ଶେୟାର ମଧ୍ୟ କରନ୍ତି। ନିକଟରେ ଜଣେ ପ୍ରତିଯୋଗୀଙ୍କ ସହ ସେ ପିଲାଦିନର ଅନୁଭୂତି ବଖାଣିଥିଲେ। ପିଲାଦିନେ କୌଣସି ଜିନିଷ ପସନ୍ଦ ଆସିଲେ ମାତାପିତାଙ୍କୁ କହିବାକୁ ଡରୁଥିଲି। କାରଣ ତାଙ୍କ ଉପରେ ଅଯଥା ବୋଝ ଦେବାକୁ ଚାହୁଁ ନ ଥିଲି। ଯଦି କୌଣସି ଜୋତା ପସନ୍ଦ ଆସେ ତାଙ୍କ ତାକୁ ମାତାପିତା ମୋତେ ଉପହାର ଦିଅନ୍ତି ତାକୁ ମୁଁ ତକିଆ ତଳେ ଜୋତା ରଖି ଶୁଏ ବୋଲି ଅମିତାଭ କହିଛନ୍ତି।

Share