ତଡ଼ପ ଲାଗିହୋଇ ରହିଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୬ା୧୨(ଡି.ଏନ୍‌.ଏ.): ସୂର୍ଯ୍ୟୋପରାଗ ପାଇଁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସଅଳ ଦେବନୀତି ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ସୁଧା ବଡସିଂହାର ଧୂପ ସମାପନ କରାଯିବା ପରେ ଠାକୁରଙ୍କୁ ଗ୍ରହଣ ବେଶ କରାଯାଇଥିଲା। ଧଳା ଧୋତି ଓ ଉତ୍ତରୀୟ ପରିଧାନ କରି ଠାକୁରଙ୍କ ତଡ଼ପ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ରାତି ତମାମ ମନ୍ଦିର ଖୋଲା ରହିବ। ଗୁରୁବାର ସକାଳେ ସୂର୍ଯ୍ୟୋପରାଗ ଆରମ୍ଭ ହେବା ମାତ୍ରେ ଠାକୁରଙ୍କ ଗ୍ରହଣ ସ୍ନାନ, ଗ୍ରହଣ ଭୋଗ ପରେ ଅବଶିଷ୍ଟ ଦେବନୀତି କରାଯିବ।

Share