ବସ୍ତା, ୨୮।୩(ଡି.ଏନ.ଏ.)-ସରକାରଙ୍କ ଦ୍ୱାରା ବାରମ୍ବାର ସଚେତନତା ପରେ ମଧ୍ୟ ଲୋକେ ଚେତୁ ନ ଥିବା ଦେଖିବାକୁ ମିଳିଛି। ପୋଲିସର ଘନ ଘନ ପାଟ୍ରୋଲିଂ ସତ୍ତ୍ୱେ ଲୋକେ ସରକାରୀ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି। ବସ୍ତା ବ୍ଲକର କେତେକ ଗ୍ରାମରେ ଯୁବଗୋଷ୍ଠୀ ଗ୍ରାମ୍ୟ ମୁଖ୍ୟରାସ୍ତାକୁ ଅବରୋଧ କରି ଗାଡ଼ି ମୋଟର ଚଳାଚଳକୁ ବନ୍ଦ କରିବା ସହିତ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଅନ୍ୟପକ୍ଷରେ ରୂପ୍ସା ଥାନା ନୂଆଗାଁ ରେଳଷ୍ଟେଶନ ପାଖ ପଡ଼ିଆରେ ଶିକ୍ଷିତ ଯୁବଗୋଷ୍ଠୀର ପିଲାମାନେ ସଂଘବଦ୍ଧ ଭାବେ ଖେଳୁଥିବା ଦେଖିବାକୁ ମିଳିଛି। ଏ ନେଇ ଲୋକେ ତାଙ୍କୁ ବାରଣ କଲେ ମଧ୍ୟ ସେମାନେ ଗୁରୁତ୍ୱ ଦେଉନାହାନ୍ତି। କୌଣସି କାରଣ ନ ଥାଇ ଲୋକେ ବାହାନା କରି ବୁଲାବୁଲି କରୁଥିବାରୁ ପୋଲିସ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି। ଏଥିସହିତ ମୁଖ୍ୟ ସ୍ଥାନ ଓ ରାସ୍ତାରୁ ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ଛକ ଜାଗାରେ ପୋଲିସ ପ୍ରହରା ପାଇଁ ଲୋକେ ପ୍ରଶାସନକୁ ଅନୁରେଧ କରିଛନ୍ତି।