ନୂଆଦିଲ୍ଲୀ,୨୫ା୧: ନିର୍ଭୟା ବଳାତ୍କାର, ହତ୍ୟା ମାମଲାର ଅନ୍ୟ ୨ ଦୋଷୀ ଅକ୍ଷୟ କୁମାର ସିଂ ଓ ପଓ୍ବନ ସିଂଙ୍କ ଓକିଲ ଏ.ପି. ସିଂ ତିହାର ଜେଲ୍ ଅଧିକାରୀ ତଥ୍ୟ ଦେବାରେ ଜାଣିଶୁଣି ବିଳମ୍ବ କରୁଛନ୍ତିି ବୋଲି ଅଭିଯୋଗ କରିବା ସହ ଦିଲ୍ଲୀ କୋର୍ଟରେ ଅପିଲ କରିିଛନ୍ତି। କ୍ୟୁରେଟିଭ୍ ପିଟିଶନ ଦାଖଲକରିବା ଲାଗି ଆବଶ୍ୟକ ଏହି କାଗଜପତ୍ର ଜେଲ୍ ଅଧିକାରୀ ଅଟକାଇ ରଖିଥିବା ଦର୍ଶାଯାଇଛି। ଏହି ଆବେଦନର ଶୁଣାଣି କୋର୍ଟ ଶନିବାର କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶଥାଉ କି, ସୁପ୍ରିମକୋର୍ଟ ପୂର୍ବରୁ ୨ ଦୋଷୀ ବିନୟ କୁମାର ଶର୍ମା ଓ ମୁକେଶ ସିଂଙ୍କ କୁରେଟିଭ ପିଟିଶନକୁ ଖାରଜ କରିଦେଇଥିଲେ। ୪ ଦୋଷୀଙ୍କୁ ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବାକୁ ପ୍ରସ୍ତୁତି ଚାଲିଛି। ଫାଶୀରେ ବିଳମ୍ବ ଲାଗି ଓକିଲ ଏଭଳି ଚାଲ୍ ଖେଳୁଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଡିଆ ପ୍ରକାଶ କରିଛନ୍ତି। ଶୀଘ୍ର ନ୍ୟାୟ ପ୍ରଦାନ ଲାଗି ଆଇନରେ କେତେକ ସଂଶୋଧନ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି।