Categories: ବାଣିଜ୍ୟ

ତନିଷ୍କର ଗ୍ରେଟ୍‌ ଡାଇମଣ୍ଡ ସେଲ୍‌

ଭୁବନେଶ୍ୱର,୩-୮: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ‘ଦି ଗ୍ରେଟ ଡାଇମଣ୍ଡ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ତନିଷ୍କ ହୀରା ଗହଣା ଉପରେ ଗ୍ରାହକମାନେ ୨୦% ପର୍ଯ୍ୟନ୍ତ ରିହାତି ଲାଭ କରି ପାରିବେ। କମ୍ପାନୀର ଷ୍ଟୋରଗୁଡିକରେ ଏହି ସମୟରେ ବିସ୍ତୃତ ଶୃଙ୍ଖଳାର ଡାଇମଣ୍ଡ ଜୁଏଲେରୀ ଉପଲବ୍ଧ ହେବ। ଏହି ଅଫର ସୀମିତ ସମୟ ଯାଏ ରହିଛି। ଏହି ସମୟରେ କୁନ୍ଦନ ପୋଲକୀ ଏବଂ ଓପନ ପୋଲକୀ ଗହଣାର ଗଢା ମୂଲ୍ୟ ଉପରେ ଗ୍ରାହକ ୨୫% ପର୍ଯ୍ୟନ୍ତ ରିହାତି ଲାଭ କରି ପାରିବେ। ନୂଆ କରି ଆସିଥିବା ଅହଲ୍ୟା, ରେଡ୍‌ କାର୍ପେଟ କଲେକ୍ସନ, ପ୍ରିନ କଲେକ୍ସନ, ସ୍ବୟମ କଲେକ୍ସନ ଏବଂ ରିବାହ ଡାଇମଣ୍ଡ ବ୍ରାଇଡ କଲେକ୍ସନ ରହିଛି। ଚଳିତ ବର୍ଷ ଡାଇମଣ୍ଡ ଜୁଏଲେରୀ ସେଲ୍‌ ସମ୍ପର୍କରେ ଘୋଷଣା କରି ଅତ୍ୟନ୍ତ ଖୁସି ବୋଲି ଟାଇଟନ କମ୍ପାନୀର ଜୁଏଲେରୀ ଡିିଭିଜନ ଏଭିପି ଦିପିକା ସଭ୍ରଓ୍ବାଲ ତଓ୍ବୋରୀ କହିଛନ୍ତି।

Share