Categories: ବାଣିଜ୍ୟ

ତନିଷ୍କର ଦୀପାବଳି ଅଫର

ଭୁବନେଶ୍ୱର,୧୭-୧୦: ତନିଷ୍କ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକମାନେ ଏହି ସମୟରେ ଷ୍ଟୋରରେ ସୁନା ଗହଣାର ଗଢା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଏହାବାଦ ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ସ୍ବତନ୍ତ୍ର ଭିରାସତ କଲେକ୍ସନର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଶୋ’ରୁମରେ ପ୍ରାଞ୍ଚାଇଜି ଓନର ମାନିକ ହଂସ ଏବଂ କମ୍ପାନୀର ଏବିଏମ୍‌ ପ୍ରଖର ପୁଲାୟତ ଏହି ମଡେଲଗୁଡିକୁ ବଜାର ପ୍ରବେଶ କରାଇଥିଲେ। ଏଥିରେ ପ୍ଲେନ ସୁନା, ଗ୍ଲାସ କୁନ୍ଦନ ଏବଂ ପୋଲକି କୁନ୍ଦନ ଆଦିର ଡିଜାଇନ ରହିଛି। ଡିଜାଇନ ଏବଂ ସମସାମୟିକ କାରିଗରିକୁ କମ୍ପାନୀ ଏଥିରେ ସ୍ଥାନିତ କରିଛି। ପାରମ୍ପରିକ ଗଢଣ ଚାହୁଁଥିବା ଆଧୁନିକ ମହିଳାଙ୍କୁ ଧ୍ୟାନରେ ରଖି ଭିରାସତ କଲେକ୍ସନ ବଜାରକୁ ଆସିଛି। ଏହି କଲେକ୍ସନ ଦ୍ୱାରା ଗ୍ରାହକ ସର୍ବୋତ୍ତମ ଶପିଂ ଅନୁଭୂତି ଲାଭ କରିପାରିବେ ବୋଲି ଟାଇଟାନ କମ୍ପାନୀ ଲିମିଟେଡର ଗହଣା ଡିଭିଜନ ମାର୍କେଟିଂ ଉପସଭାପତି ଦୀପିକା ତିଓ୍ବାରୀ ସୂଚନା ଦେଇଛନ୍ତି।

Share