ତନିଷ୍କର ରଥଯାତ୍ରା ଅଫର

ଭୁବନେଶ୍ୱର,୬ା୭: ଗ୍ରାହକଙ୍କ ରଥଯାତ୍ରା ଶପିଂକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଦେଶର ଭରସାଯୋଗ୍ୟ ଗହଣା ବ୍ରାଣ୍ଡ ତନିଷ୍କ ପକ୍ଷରୁ ରଥଯାତ୍ରା ଅଫର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗ୍ରାହକ ସୁନା ଗହଣା ଗଢା ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହାସହ ପ୍ରତି କ୍ରୟରେ ମାଗଣା ସୁନା ମୁଦ୍ରା ପାଇପାରିବେ। ରାଜ୍ୟରେ ଉପଲବ୍ଧ ସମସ୍ତ ତନିଷ୍କ ଶୋ’ ରୁମ୍‌ରେ ଏହି ଅଫର ଉପଲବ୍ଧ। ପବିତ୍ର ରଥଯାତ୍ରା ଅବସରରେ ଗ୍ରାହକ ଏହି ଦୁଇଟି ଅଫର ମାଧ୍ୟମରେ ସେମାନଙ୍କ ଶପିଂକୁ ମୂଲ୍ୟଯୁକ୍ତ କରପାରିବେ। ତନିଷ୍କର ଅତ୍ୟାଧୁନିକ କଲେକ୍ସନ୍‌ ଯଥା- ସ୍ବୟମ୍‌, ଉତ୍ସବ, ଲାବଣ୍ୟମ, ଗୁଲନାଜ୍‌, ପ୍ରିନ ଏବଂ ଆଭିର ଆଦିରୁ ସେମାନଙ୍କ ପସନ୍ଦର ଗହଣା କିଣିପାରିବେ। ଏହି କଲେକ୍ସନରେ ଗହଣାଗୁଡ଼ିକ ମାତ୍ର ୧୦ହଜାର ଟଙ୍କାରୁ ଆରମ୍ଭ ହେଉଥିବା ଶୋ’ ରୁମ ପକ୍ଷରୁ କୁହାଯାଇଛି।

Share