ଭୁବନେଶ୍ୱର,୯।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ମଦର୍ସ ଡେ ଲାଗି ସ୍ବତନ୍ତ୍ର ହାର୍ଟ ଅଫ୍ ଗୋଲ୍ଡ କଲେକ୍ସନ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ମଦର୍ସ ଡେ ପାଳନ ପୂର୍ବକ ଏହି କଲେକ୍ସନ ଶୁଭାରମ୍ଭ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମଧ୍ୟରେ ସ୍ବତନ୍ତ୍ର ଗହଣା ରେଞ୍ଜ ସାମିଲ ରହିଛି। ଡିଜାଇନ ଏବଂ କାରିଗରିକୁ ଏଥିରେ ବିଚାର କରାଯାଇଛି। କମ୍ପାନୀର ଇ-କମର୍ସ ପ୍ଲାଟ୍ଫର୍ମରେ ଏହି ଗହଣା କିଣିବାକୁ ଗ୍ରାହକ ସୁଯୋଗ ପାଇପାରିବେ। ପ୍ରାୟ ୧୫୦୦ ଶହରୁ ଅଧିକ ପ୍ରଡକ୍ଟ ଏହା ମଧ୍ୟରେ ସାମିଲ ରହିଛି। ଗହଣାଗୁଡିକର ଆରମ୍ଭ ମୂଲ୍ୟ ୫ ହଜାର ଟଙ୍କା ରହିଛି। ମଦର୍ସ ଡେ ଭଳି ଏକ ବିଶେଷ ଦିନକୁ ପାଳନ ସହ ସ୍ବତନ୍ତ୍ର କରିବା ଲାଗି ନୂଆ କଲେକ୍ସନ ଆରମ୍ଭ କରାଯାଇଛି ବୋଲି ଟାଇଟାନ କମ୍ପାନୀ ଲିମିଟେଡ୍ର ଜୁଏଲେରି ଡିଭିଜନ ମାର୍କେଟିଂ ବିଭାଗ ଜେନେରାଲ ମ୍ୟାନେଜର ରଞ୍ଜନୀ କ୍ରିଷ୍ଣସ୍ବାମୀ କହିଛନ୍ତି।