Categories: ବାଣିଜ୍ୟ

ତନିସ୍କ ପକ୍ଷରୁ ଅକ୍ଷୟ ତୃତୀୟା ଅନ୍‌ଲାଇନ

ଭୁବନେଶ୍ୱର,୨୪।୪: ତନିସ୍କ ପକ୍ଷରୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ଅନ୍‌ଲାଇନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ଅଫର ୨୭ ଏପ୍ରିଲ ଯାଏ ଏହାର ଇ-କମର୍ସ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ। କରୋନା ସ୍ଥିତି ଠିକ୍‌ ହେବା ପରେ ଷ୍ଟୋରରେ ପୁଣି ଥରେ ସେବା ଆରମ୍ଭ କରାଗଲେ ଗ୍ରାହକ ଷ୍ଟୋରକୁ ଆସି ତାଙ୍କ ଗହଣା ନେଇପାରିବେ। ଏହାବାଦ ସେମାନଙ୍କ ଘରେ ମଧ୍ୟ ଡେଲିଭରି ଦେବାର ସୁବିଧା କରାଯାଇଛି। ଗ୍ରାହକ ବିସ୍ତୃତ ବର୍ଗରେ ଗୋଲ୍ଡ କଏନ ଲାଭ କରିପାରିବେ। ଏହାବାଦ ଷ୍ଟଡେଡ୍‌ ଆଣ୍ଡ ଡାଏମଣ୍ଡ ଜୁଏଲେରି, ରିଙ୍ଗ୍‌, ଇୟରରିଙ୍ଗ୍‌, ନେକ୍‌ଲେସ୍‌, ଚୁଡି ମଧ୍ୟ ବିଭିନ୍ନ ଡିଜାଇନର ରହିଛି। ବେଷ୍ଟ ଇନ୍‌ କ୍ଳାସ୍‌ ଡିଜାଇନର ଜୁଏଲେରି, ସଦ୍ୟତମ ଓ୍ବେଡିଂ କଲେକ୍ସନ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଏକ ଭିନ୍ନ ଢଙ୍ଗରେ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଯୋଜନା ରଖାଯାଇଛି ବୋଲି ଟାଇଟାନ କମ୍ପାନୀ ଲିମିଟେଡ୍‌ର ଜୁଏଲେରି ଡିଭିଜନ ସିଇଓ ଅଜୟ ଚାଓ୍ବଲା ସୂଚନା ଦେଇଛନ୍ତି।

Share