ତନୁଶ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ବଲିଉଡ୍‌ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ଅମିତାଭ ତାଙ୍କ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ମାଧ୍ୟମରେ ତନୁଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଘଟଣା ହେଲା ‘କୌନ ବନେଗା କରୋଡପତି’ କାର୍ଯ୍ୟକ୍ରମରେ ଜଣେ ପ୍ରତିଯୋଗୀଙ୍କୁ #ମିଠୁକୁ ନେଇ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନଟି ଥିଲା ବଲିଉଡ୍‌ର କେଉଁ ବିୟୁଟି ପ୍ରଥମେ #ମିଠୁକୁ ନେଇ ମୁହଁ ଖୋଲିଥିଲେ। ଅବଶ୍ୟ ଉତ୍ତରରେ ପ୍ରତିଯୋଗୀ ତତ୍‌କ୍ଷଣାତ୍‌ ତନୁଶ୍ରୀ ଦତ୍ତଙ୍କ ନାମ କହିଥିଲେ। ଏହାପରେ ତନୁଶ୍ରୀଙ୍କ ସମ୍ପର୍କରେ କିଛି ସୂଚନା ଦେଇଥିଲେ ଅମିତାଭ। ଏହା ଶୁଣିବା ପରେ ପ୍ରତିଯୋଗୀ ଜଣଙ୍କ ତନୁଶ୍ରୀଙ୍କୁ ଜଣେ ସାହସୀ ନାରୀ ବୋଲି କହିଥିଲେ। ଏହାପରେ ଅମିତାଭ ମଧ୍ୟ ତନୁଶ୍ରୀଙ୍କୁ ଖୁବ୍‌ ସାହସି ବୋଲି କହିଥିଲେ। ତନୁଶ୍ରୀ ହିଁ ପ୍ରଥମେ ଅଭିନେତା ନାନା ପାଟେକରଙ୍କ ନାଁରେ #ମିଠୁ ଅଭିଯୋଗ ଆଣିଥିଲେ।

Share