ତପ୍ତପାଣି ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ମଧ୍ୟରେ ରାୟଗଡ଼ାର ୩

ରାୟଗଡ଼ା ଅଫିସ,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୩ ଜଣ ରାୟଗଡ଼ା ଜିଲାର ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ମୃତକ ହେଲେ ରାଣୀଗୁଡ଼ା ଫାର୍ମ ୨ ଗଳିର ଅଶୋକ କୁମାର ମହାପାତ୍ରଙ୍କ ସ୍ତ୍ରୀ ସଂଘମିତ୍ରା ମହାପାତ୍ର (୪୦) ଏବଂ ତାଙ୍କ ଝିଅ ଅନ୍ବେଷା, ଜେକେପୁର ନିକଟ ଅମଲାଭଟା ଛକର ବିଦ୍ୟୁତ୍‌ ନାୟକ (୫୦)। ଗୁରୁତର ଜଣକ ହେଲେ ମୃତ ବିଦ୍ୟୁତ୍‌ ନାୟକଙ୍କ ସ୍ବାମୀ ସନ୍ତୋଷ।
ସୂଚନାଯୋଗ୍ୟ, ସଂଘମିତ୍ରା ଓ ଅନ୍ବେଷା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରାୟଗଡ଼ା ଜିଲା ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ଘଟିଛି। ସେହିଭଳି ବିଦ୍ୟୁତ୍‌ ଓ ତାଙ୍କ ସ୍ବାମୀ ସନ୍ତୋଷ ଜେକେପୁରରୁ ବ୍ରହ୍ମପୁରକୁ ଉକ୍ତ ବସ୍‌ରେ ଯାଉଥିଲେ। ଦୁର୍ଘଟଣାରେ ବିଦ୍ୟୁତ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ତୋଷ ଗୁରୁତର ହୋଇଛନ୍ତି।

Share