Categories: ଜାତୀୟ

ତବଲିଗି ଜମାତର ବିଦେଶୀ ନାଗରିକଙ୍କୁ ୧୦ ବର୍ଷ ପାଇଁ ଭାରତ ମନା

ନୂଆଦିଲ୍ଲୀ,୪।୬: ତବଲିଗି ଜମାତର ଗତିବିଧିରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏମାନେ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ଗସ୍ତ କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂତ୍ରରୁ ଜଣାପଡିଛି ଏମାନଙ୍କୁ ପୂର୍ବରୁ କଳା ତାଲିକାଭୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ ସଂକ୍ରମଣ ସମୟରେ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତର ଲୋକେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ। ଫଳରେ ଏମାନଙ୍କ ମଧ୍ୟରେ ଥିବା କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆଉ କିଛି ଲୋକ କରୋନାରେ ପୀଡ଼ିତ ହୋଇଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ମାସରେ ତବଲିଗି ଜମାତର ୯୬୦ଜଣ ବିଦେଶୀ ନାଗରିକଙ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା।

Share