ତବଲିଗ୍‌ ଜମାତ୍‌ର ପ୍ରଭାବ: ୧୨ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ୧୭ କରୋନା ସଂକ୍ରମିତ ଚିହ୍ନଟ

ବିଶାଖାପଟ୍ଟନମ୍‌,୩୧।୩: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ର ପ୍ରଭାବ ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଜମାତ୍‌ରେ ଯୋଗଦେଇ ଘରକୁ ଫେରିଥିବା ଲୋକଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ଜମାତ୍‌ରେ ଯୋଗ ଦେଇଥିବା ଲୋକଙ୍କୁ ଚିହ୍ନଟ କରି ଆଇସୋଲେଶନ୍‌ରେ ରଖିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Share