ତବଲିଗ୍‌ ଜମାତ୍‌ ଯୋଗୁ ଏସିଆରେ ବ୍ୟାପିଲା କରୋନା: ପାକିସ୍ତାନ-ମାଲେସିଆ ପରେ ଏବେ ଭାରତରେ ସୃଷ୍ଟି କଲା ସଙ୍କଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ମାଲେସିଆ, ପାକିସ୍ତାନ ଏବଂ ଭାରତରେ ହୋଇଥିବା ତବଲିଗ୍‌ ଜମାତ୍‌ ଯୋଗୁ ଏବେ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍‌ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ରୁ ଅଧିକ ଦେଶରୁ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତବଲିଗ୍‌ ଜମାତ ନ କରିବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଏହାକୁ ଅଣ ଦେଖା କରାଯାଇଥିଲା। ଫଳରେ ପରବର୍ତ୍ତୀ ସମୟରେ ଏଠାରେ ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିଥିଲା। ସେହିପରି ମାଲେସିଆରେ ମଧ୍ୟ ଏଭଳି ଧର୍ମ ସମାବେଶ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ୬୨୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ଭାରତରେ ମଧ୍ୟ ତବଲିଗ୍‌ ଜମାତ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରେ ୨୦ରୁ ଅଧିକ ଦେଶରୁ ଧାର୍ମିକ ନେତା ଯୋଗଦେଇଥିଲେ। ସେହିପରି ଉତ୍ତରପ୍ରଦେଶର ୧୯ ଜିଲାରୁ ମଧ୍ୟ ବହୁ ଲୋକ ଏଥିରେ ଯୋଗଦେଇଥିଲେ। ଏବେ ଯୋଗଦେଇଥିବା ଲୋକଙ୍କ ଦ୍ୱାରା ଦେଶରେ କମ୍ୟୁନିଟି ସଂକ୍ରମଣର ଆଶଙ୍କା ଦେଖାଦେଇଛି।

Share