Advertisement

ତବଲିଘ୍‌ ଜମାତର ୨୦ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନ୍‌ କଲା ପାକିସ୍ତାନ

ଇସଲାମାବାଦ୍‌,୭।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶରେ ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୯୧୮ରେ ପହଞ୍ଚିଛି। ଏଠାରେ ଇସଲାମିକ୍‌ ମିଶନାରୀ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହୋଇଥିବା ତବଲିଘ୍‌ ଜମାତରେ ଯୋଗଦେଇଥିବା ୨୦ ହଜାରରୁ ଅଧିକ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କୁ ଲାହୋରରେ ରଖାଯାଇଥିବା କୁହାଯାଉଛି। କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯିବାକୁ ମନା କରିବାରୁ ସେମାନଙ୍କ ପୋଲିସ ଜୋର୍‌ ଜବରଦସ୍ତ ଉଠାଇ ନେଇ ଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share