Advertisement

ତରବରିଆ ପଦକ୍ଷେପ ସମସ୍ୟାକୁ କରିଛି ଜଟିଳ

ଯୋଡ଼ା, ୧୧।୧୦(ଡି.ଏନ.ଏ.)- ଯୋଡା ଅଞ୍ଚଳର ପ୍ରଦୂଷଣ ସମସ୍ୟା ବୃଦ୍ଧି ନେଇ ସ୍ଥାନୀୟ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ଉଁଚ୍ଚବାଲୀ ଗ୍ରାମବାସୀଙ୍କ ପକ୍ଷରୁ ଖାଲଖମାରେ ଭର୍ତ୍ତି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ଖଣିସଂସ୍ଥାକୁ ଲିଖିତ ଦାବିପତ୍ର ଦିଆଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର କରା ନ ଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଖଣି ସଂସ୍ଥା ଓ ପ୍ରଶାସନ ତପତ୍ରତା ଦେଖାଇ ତରବରିଆ ଭାବେ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ବଡ ବଡ ଖାଲରେ ମୋରମ ପକାଇ ଦେବାରୁ ବର୍ତ୍ତମାନର ଅବସ୍ଥା ଅଧିକ ଖରାପ ହୋଇପଡିଥିବା ଗ୍ରାମବାସୀ କହିଛନ୍ତି। ଉଲ୍ଳେଖନୀୟ ଯେ, ସ୍ଥାନୀୟ ୨ ନମ୍ବର ରାଜ୍ୟରାଜପଥର ମରାମତି ଓ ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ସମୟରେ ଲେଶକେ ଆନ୍ଦୋଳନ କରିବା ସହିତ ଜିଲାପାଳଙ୍କଠାରେ ମଧ୍ୟ ଲିଖିତ ଅଭିଯୋଗ କରି ଆସୁଥିଲେ।ଏହି ପରିପ୍ରେକ୍ଷୀରେ ରାସ୍ତା ନିର୍ମାଣ ସକାଶେ ଡିଏମଏଫ ଅର୍ଥ ବ୍ୟୟରେ ଏବେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ନିମ୍ନମାନର କାମ ଓ ମରାମତିରେ ଅଯଥା ବିଳମ୍ବ ସମସ୍ୟାକୁ ଅଧିତ୍କ ଜଟିଳ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share