ତରଭାରେ ପହଞ୍ଚିଲେ ୧୯୦ ପ୍ରବାସୀ ଶ୍ରମିକ

ତରଭା,୨୩ା୫(ଡି.ଏନ.ଏ.)- ଶୁକ୍ରବାର ବିଳମ୍ବିତ ରାତିରେ ତରଭାରେ ପ୍ରବାସୀ ଶ୍ରମିକମାନେ ପହଞ୍ଚିଥିବା ଜଣାପଡିବା ପରେ ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ା ବିଭିନ୍ନ ସ୍ଥାନରୁ ୪୧୧ ଶ୍ରମିକ ଆସିବା ପାଇଁ ପଞ୍ଜୀକୃତ ହୋଇଥିଲା ା କିନ୍ତୁ ସୁବର୍ଣ୍ଣପୁର ଜିଲାର ୧୯୦ ଜଣ ଶ୍ରମିକ ରାତି ପ୍ରାୟ ୧୧ ଟା ୪୫ମିନିଟରେ ବାଇପାସ ରାସ୍ତା ଦେଇ ନବୋଦୟ ପଟୁ ତରଭା ଖେଳପଡିଆରେ ବସ ଯୋଗେ ପହଞ୍ଚିଥିଲେ ା ନାମ ପଞ୍ଜୀକରଣ ପରେ ସମସ୍ତଙ୍କୁ ଭାତ ଡାଲମା ଖାଇବାକୁ ଦେବାର ବ୍ୟବସ୍ଥା କରାଯାଇଥିଲା ା ଏଥିରେ ତରଭା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ୬୬ ଜଣ ଓ ତରଭା ଏନ.ଏ.ସିର ଜଣେ ରହିଥିବା ଜଣାଯାଇଥିଲା ା ସୋନପୁର ବ୍ଲକର ୨୮ ଜଣ,ଡୁଙ୍ଗୁରିପାଲି ବ୍ଲକର ୪୬,ବିଏମପୁର ୩,ଉଲୁଣ୍ଡା ୧୮,ବିନିକାର ୨୮ ଜଣ ଥିଲେ ା ଜିଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ନିଜ ବ୍ଲକ ଅନ୍ତର୍ଗତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ନେଇଥିଲେ ା ଶନିବାର ସକାଳେ ଏହି କଥା ଜଣାପଡିବା ପରେ ଲୋକେ ଖେଳପଡିଆ ବାଟ ଦେଇ ଯିବା ଆସିବା କରୁନାହାନ୍ତି ା ଏହି କାର୍ଯ୍ୟକ୍ରମକୁ ଏସ.ପି ଦେବୀପ୍ରସାଦ ଦାସ,ଏସଡିପିଓ ମିହିର ପଣ୍ଡା,ବିଡିଓ ନିହାର ରଞ୍ଜନ କହଁର,ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା,ଆରଟିଓ ରବିନ ପଟ୍ଟନାୟକ,ଅଗ୍ନିଶମ ବିଭାଗ ଅଧିକାରୀ ସୁଧାକର ନାୟକଙ୍କ ସମେତ ବ୍ଲକ ଓ ତହସିଲର ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ା ଆଗାମୀ ଦିନରେ ସହର ପାଖାପାଖି ଜନବସତି ଓ ସରକାରୀ କାର୍ଯ୍ୟାଳୟ ନିକଟରେ ଟ୍ରାଞ୍ଜିଟ ସେଣ୍ଟର ନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ା