Posted inଫୁରସତ

ତରଳୁଛି ବରଫ ପାହାଡ଼

ବିଭିନ୍ନ ପ୍ରଦୂଷଣ ଯୋଗୁ ବିପଦ ମାଡି ଆସୁଛି। ମେରୁ ଅଞ୍ଚଳରେ ଥିବା ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାଦ୍ୱାରା ବିଭିନ୍ନ ମହାସାଗର ତଥା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସୁମେରୁ ତୁଷାରହୀନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ପ୍ରାୟ ୧ ଲକ୍ଷ ବର୍ଷ ପରେ ଏମିତି ଘଟଣା ଘଟିବାକୁ ଯାଉଛି ବୋଲି ପରିବେଶବିଜ୍ଞାନୀ ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ଯୋଗୁଁ ଏପରି ହେଉଥିବା କୁହାଯାଉଛି। ସୁମେରୁ ତୁଷାରହୀନ ହେଲେ ପୃଥିବୀର ତାପମାତ୍ରା ମଧ୍ୟ ବଢ଼ିଯିବ। ଏବେ ସୁମେରୁର ବରଫହୀନ କେତେକ ଅଞ୍ଚଳରେ ସବୁଜ ଶୈବାଳ ଦେଖାଯାଉଛି। ଏହା ଏକ ବିପଜ୍ଜନକ ପରିସ୍ଥିତିର ପୂର୍ବାଭାସ ଦେଉଛି। ଉପଗ୍ରହ ପଠାଇଥିବା ଚିତ୍ର ଅନୁସାରେ ଆମେରିକାର ରାଷ୍ଟ୍ରୀୟ ତୁଷାର ଓ ବରଫ ତଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ସୁମେରୁ ଠାରେ ୧୧.୧ ନିୟୁତ ବର୍ଗ କିମିର ଭାସମାନ ବରଫ ପାହାଡ଼ ରହିଛି। ଏହା ଗତ ୩୦ ବର୍ଷର ହାରାହାରି ପରିମାଣଠାରୁ ପ୍ରାୟ ୧.୫ ନିୟୁତ ବର୍ଗ କିମି କମ। ଗତ ୩୦ ବର୍ଷ ତଳେ ହାରାହାରି ଭାସମାନ ହିମ ପାହାଡ଼ ପରିମାଣ ୧୨.୭ ନିୟୁତ ବର୍ଗ କିମି ଥିଲା। ରୁଷିଆର ଉତ୍ତର ଉପକୂଳରେ ଥିବା ସାମୁଦ୍ରିକ ବରଫ ସୁମେରୁ ହିମ ପାହାଡ଼କୁ ସଂରକ୍ଷିତ ରଖିବାରେ ସହାୟତା କରିଥାଏ। ମାତ୍ର ବିଶ୍ୱ ତାପନ ଯୋଗୁ ତାହା ଦ୍ରୁତଗତିରେ କ୍ଷୟ ହେବାରେ ଲାଗିଛି। ବିଶ୍ୱ ତାପନ ଯୋଗୁଁ ସମୁଦ୍ର ତଳେ ବର୍ଷବର୍ଷ ଧରି ବରଫ ଅବସ୍ଥାରେ ରହିଥିବା ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ମିଥେନ ପୁଣି ଗ୍ୟାସ ଅବସ୍ଥାକୁ ଫେରି ସମୁଦ୍ର ଉପରି ଭାଗକୁ ବୁଦ୍‌ବୁଦ୍‌ ହୋଇ ଫୋଟକା ଭାବେ ଉଠୁଥିବା ପରିବେଶ୍‌ବିତ୍‌ ଅନୁଧ୍ୟାନ କରିଛନ୍ତି। ଫଳରେ ଜଳର ଉପରି ଭାଗରେ ଥିବା ଭାସମାନ ହିମ ପାହାଡ଼ ତରଳିବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ବିଶ୍ୱ ତାପମାନ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାମୁଦ୍ରିକ ବରଫ ଯୋଗୁଁ ପୃଥିବୀର ଏହି ଅଞ୍ଚଳ ଧଳା ଦେଖାଯାଏ। ଏହା ସୂର୍ଯ୍ୟ କିରଣକୁ ସ୍କାଟରିଂ କରିବାରେ ସହାୟତା ମଧ୍ୟ କରିଥାଏ। ମାତ୍ର ପ୍ରଦୂଷଣ ଯୋଗୁ ଧୀରେଧୀରେ ପୃଥିୀର ଏହି ଅଂଶ କଳା ରଙ୍ଗ ଧାରଣ କରିବ। ଫଳରେ ପୃଥିବୀ ପୃଷ୍ଠରେ ଥିବା ମହାସାଗର ଅଧିକ ମାତ୍ରା ଅବଶୋଷ କରିବ। ଏହା ଯୋଗୁ ମଧ୍ୟ ଭାସମାନ ବରଫ ପାହାଡ଼ ଅଧିକ ପରିମାଣରେ ତରଳିବ। ଏହି ଧାରା ଜାରି ରହିଲେ ୨୦୫୦ ସୁଦ୍ଧା ସୁମେରୁ ବରଫ ଶୂନ୍ୟ ହେବାର ଆଶଙ୍କା ଦେଖାଦେଇଛି। ଗତ ବର୍ଷ ଜାନୁଆରୀ ମାସରେ ସୁମେରୁ ଅଂଚଳରେ ସବୁଠୁଁ କମ ବରଫ ଥିଲା। ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ମଧ୍ୟ ଏହି ପରିସ୍ଥିତି ଲାଗି ରହିଥିଲା। ତେଣୁ ଏହା ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି।

ବରଫ ପାହାଡ଼ ତରଳିବାରେ ଯୋଗୁ ସମୁଦ୍ର ଜଳସ୍ତର ବଢିଚାଲିଛି। ଏହା ଜାରି ରହିଲେ ଆସନ୍ତା ୨୦୩୦ ସୁଦ୍ଧା ବମ୍ବେ, ବ୍ୟାଙ୍କକ, ଜାକର୍ତ୍ତା, ମାନିଲା ସମେତ ଅନେକ ସହର ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ବ୍ୟାଙ୍କକ ସହର ଅଧିକ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଉଛି। ୧୨ ବର୍ଷ ପରେ ଏହି ସହରର ପ୍ରାୟ ୪୦ ପ୍ରତିଶତ ଅଂଶ ଜଳମଗ୍ନ ହେବାର ଆଶଙ୍କା ରହିଛି। ଗ୍ରୀନ୍ପିସ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ବ୍ୟାଙ୍କକ ସହରର ୨ରୁ୩ ସେମି ଅଂଶ ବୁଡ଼ିବାରେ ଲାଗିଛି। ସମୁଦ୍ର ଜଳସ୍ତର ବୃଦ୍ଧି ଦକ୍ଷିଣ ଏସିଆର ଅନେକ ସହର ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାରେ ଲାଗିଛି ବୋଲି ପରିବେଶବିଜ୍ଞାନୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri