ତଲାବିରା କୋଇଲା ଖଣି ବିବାଦ: ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଲା ପୋଲିସ

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ତଲାବିରା କୋଇଲା ଖଣି ୧ ଓ ୨ରେ ବିବାଦ ଲାଗି ରହିଛି । କୋଇଲା ଖଣିରେ ଅଞ୍ଚଳବାସୀ ଆନ୍ଦୋଳନରେ ବସିଥିବା ବେଳେ ଗୁରୁବାର ସକାଳ ୮ଟାରେ ପୋଲିସ ପହଞ୍ଚିଥିଲା। ପରେ ବଳପୂର୍ବକ ମହିଳାମାନଙ୍କୁ ଉଠାଇ ପୋଲିସ ଗାଡିରେ ବସାଇବା ସହ ଲୋକମାନଙ୍କୁ ଠେଲାପେଲା ଓ ମାରପିଟ୍‌ କରି ଘଉଡାଇଥିଲା। ଆନ୍ଦୋଳନ ସ୍ଥାନରେ ଲାଗିଥିବା ଟେଣ୍ଟ୍‌ ଓ ସାଉଣ୍ଡ ସିଷ୍ଟମକୁ ଫୋପାଡି ଦେଇଥିଲା। ଏହାସହ ମହାତ୍ମା ଗାନ୍ଧୀ ଓ ବୀରସୁରେନ୍ଦ୍ର ସାଏଙ୍କ ପ୍ରତିଛବିକୁ ଫିଙ୍ଗି ଦେଇଥିଲା। ତେବେ ପୋଲିସ ସମସ୍ତଙ୍କ ମୋବାଇଲ ଫୋନ ଜବତ କରିନେଇଥିବା ବେଳେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଗିରଫ କରି ନେଇଥିବା ସୂଚନା ମିଳିଛି।

Share