Advertisement

ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅବ୍ୟବସ୍ଥାରେ ପରୀକ୍ଷା ଦେଇଛନ୍ତି। ଶ୍ରେଣୀ ଗୃହ ଅଭାବ, ଡେସ୍କ ବେଞ୍ଚର ଅଭାବ ଯୋଗୁ ଶ୍ରେଣୀ ଗୃହରେ ଦରି ପକାଇ ପରୀକ୍ଷା କରାଯାଉଥିବା ଯୋଗୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅଭିଭାବକଙ୍କ କହିବାନୁଯାୟୀ ଏତେ ଛାତ୍ରୀଛାତ୍ରଙ୍କ ପାଇଁ ୨ଟି କେନ୍ଦ୍ର କରିଥିଲେ ଭଲ ହୋଇଥାନ୍ତା। ଏସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ କ୍ଷୀରୋଦ କୁମାରୀ ମହାନ୍ତଙ୍କୁ ପଚାରିବାରୁ ଆଉ ଏଭଳି ଅବ୍ୟବସ୍ଥା ହେବ ନାହିଁ। ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ନେଇ ଅଧିକ କେନ୍ଦ୍ର ଆଗାମୀ ଦିନରେ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share