Categories: ଗଞ୍ଜାମ

ତହସିଲଦାରଙ୍କ ଅଚାନକ ଶେରଗଡ଼ ମେଡିକାଲ, ବିଇଓ କାର୍ଯ୍ୟାଳୟ ପରିଦର୍ଶନ: କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତ ନେଇ ଖୁବ୍ଧ

ଶେରଗଡ଼,୫ା୭(ଡି.ଏନ.ଏ.)- ଶେରଗଡ଼ ମେଡିକାଲ ଓ ଶିକ୍ଷା ବିଭାଗରେ ବହୁ ଅବ୍ୟବସ୍ଥା ଲାଗି ରହିଥିବା ଗଞ୍ଜାମ ଜିଲାପାଳଙ୍କ ନିକଟରେ ଖବର ପହଞ୍ଚତ୍ ଥିଲା। ଏନେଇ ତୁରନ୍ତ ତଦନ୍ତ କରିବାକୁ ଜିଲାପାଳ ତହସିଲଦାର ଡ. ଦୟାସିନ୍ଧୁ ପରିଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ତହସିଲଦାର ପରିଡା ସଦଳବଳ ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ଥିଲେ। ସ୍ତ୍ରୀ ପ୍ରସୂତୀ ବିଭାଗ, ୱାର୍ଡଗୁଡିକ ବୁଲିବା ପରେ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନ ପଚାରି ବୁଝିଥିଲେ। ଡାକ୍ତରମାନେ ଠିକ ସମୟରେ ଆସୁନଥିବା, ଭାରପ୍ରାପ୍ତ ଅଧିକାରୀ ସପ୍ତାହକୁ ତିନି ଦିନ ଆସିବା, ଡାକ୍ତରମାନେ ଦାୟିତ୍ୱରେ ଥାଇ ଡାକ୍ତରଖାନାକୁ ନ ଆସି ବାହାରେ ଚିକିତ୍ସା କରୁଛନ୍ତି ବୋଲି ରୋଗୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରସୂତୀ ବିଭାଗରେ ଡାକ୍ତର ୩ଦିନ ଆସୁଥିବାବେଳେ ଅନ୍ୟଦିନ ମାନଙ୍କରେ ଷ୍ଟାଫନର୍ସ ଓ ଆଟେଣ୍ଡାଣ୍ଟ ଚିକିତ୍ସା କରୁଛନ୍ତି। ନିରାମୟ ଯୋଜନାରେ ୩୫୦ ଔଷଧ ତାଲିକାରେ ଲେଖାଥିବାବେଳେ ମାତ୍ର ୧୫୦ ପ୍ରକାର ଔଷଧ ମହଜୁଦ ଥିବା ଦେଖିଥିଲେ। ଏହାପରେ ତହସିଲଦାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ୪ଜଣ କିରାଣି କାର୍ଯ୍ୟାଳୟରେ ନଥିବା, ଏବିଇଓ ଓ ବିଇଓ ନଥିବା ଡେଖିଥିଲେ। ଏନେଇ ରିପୋର୍ଟ ଜିଲାପାଳଙ୍କୁ ଦିଆଯିବ ବୋଲି ତହସିଲଦାର ପରିଡା କହିଛନ୍ତି।