ତହସିଲଦାରଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତହସିଲଦାର ସୁଶ୍ରୀ କ୍ଷିରାବ୍ଧୀ ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଏକ ଛନ୍ଦନ ଗଛ କାଟିନେଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ରାତିରେ ତହସିଲଦାରଙ୍କ ବାସଭବନ ପରିସରରେ ଥିବା ଚନ୍ଦନଗଛକୁ ଦୁର୍ବୃତ୍ତମାନେ କାଟିବା ସମୟରେ ତହସିଲଦାରଙ୍କ କବାଟରେ ଆଗପଟୁ ତାଲା ପକାଇଥିଲେ। ଦୁର୍ବୃତ୍ତମାନେ ଚନ୍ଦନ ଗଛର ମୂଳ ଓ ଗଣ୍ଡି ନେଇଯାଇଥିବା ବେଳେ କେବଳ ଡାଳ ଛାଡ଼ି ଦେଇଯାଇଛନ୍ତି। ତହସିଲଦାର ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି। ଏନେଇ ବାଲିଗୁଡା ଥାନାରେ କେସ୍‌ ନଂ ୫୦/୨୦ରେ ମାମଲା ରୁଜୁ ହୋଇଛି।

Share