Categories: ଫୁରସତ

ତହସିଲଦାର ମାଗିଲେ ୨୫ହଜାର ଟଙ୍କା ଲାଞ୍ଚ : ନିଜ ମଇଁଷିକୁ କାର୍‌ରେ ବାନ୍ଧିଲେ ଚାଷୀ

ଭୋପାଲ: ପ୍ରତିଦିନ ଦେଶର କୋଣାନୁକୋଣରୁ ଭ୍ରଷ୍ଟାଚାରର ଅଭିଯୋଗ ସାମ୍ନାକୁ ଆସୁଛି। ଏହି କ୍ରମରେ ମଧ୍ୟପ୍ରଦେଶର ବିଦିଶାସ୍ଥିତ ସିରୋଜ ଅଞ୍ଚଳରୁ ଚକିତ କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି। ଜଣେ ତହସିଲଦାର ଲାଞ୍ଚ ମାଗିବାରୁ ଗରିବ ଚାଷୀ ନିଜ ମଇଁଶିକୁ ଲାଞ୍ଚ ବାବଦେରେ ଦେଇ ତାଙ୍କ କାର୍‌ରେ ବାନ୍ଧି ଦେଇଛନ୍ତି। ଚାଷୀଙ୍କ ଏଭଳି ଅଭିନବ ପ୍ରୟାସ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ସାଜିଛି।
ଘଟଣାଟି ଏପରି, ଗରିବ ଚାଷୀ ଭୂପତ ରଘୁବଂଶୀ ଗତ କିଛି ମାସ ହେବ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଚିନ୍ତିତ ଥିଲେ। ସେ ନିଜ ଜମିର ନାମ ଚିହ୍ନ କରିବାକୁ ଆବେଦନ କରିଥିଲେ ମଧ୍ୟ ବିନା ଲାଞ୍ଚରେ ତାଙ୍କ କାମ ହୋଇପାରୁ ନ ଥିଲା। ତହସିଲଦାର ୨୫ହଜାର ଲାଞ୍ଚ ମାଗିବାରୁ ଜମି ନାମ ଚିହ୍ନଟ କାମ ଅଟକି ରହିଥିଲା। ଶେଷରେ ଅର୍ଥାଭାବରୁ ଗରିବ ଚାଷୀ ଭୂପତ ନିଜ ମଇଁଶିକୁ ନେଇ ଲାଞ୍ଚ ବାବଦରେ ତହସିଲଦାର ସିଦ୍ଧାନ୍ତ ସିଙ୍ଗ୍‌ଲାଙ୍କ କାର୍‌ରେ ବାନ୍ଧି ଦେଇଥିଲେ। ତେବେ ଏହି ଘଟଣାଟି ପ୍ରଘଟ ହେବାପରେ ମଧ୍ୟପ୍ରଦେଶ ଭାଜପା ଉପାଧ୍ୟକ୍ଷ ବିଜେଶ ଲୁନାଓ୍ବତ ପ୍ରଥମେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍‌ କରିଦେଇଥିଲେ। ପରେ ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାସହ ଅନେକ ନିନ୍ଦା କରାଯାଇଥିଲା।

Share